ଟିକା ନେବା ପରେ ସଂକ୍ରମିତ ହେଲେ ଅଭିନେତା ଆଶୁତୋଷ ରାଣା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ଜଣକ ପରେ ଜଣେ ବଲିଉଡ ତାରକା ଏଥିରେ ସଂକ୍ରମିତ ହେଉଛନ୍ତି। ଏହି ତାଲିକାରେ ଏବେ ସୁପ୍ରସିଦ୍ଧ ଅଭିନେତା ଆଶୁତୋଷ ରାଣା ସାମିଲ ହୋଇଛନ୍ତି। ଏନେଇ ସେ ତାଙ୍କ ଫେସବୁକ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିସହିତ ଗତ ଏପ୍ରିଲ ୭ ତାରିଖ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଛନ୍ତି। ଖାସ୍ କଥାଟି ହେଲା, ଏପ୍ରିଲ ୬ରେ ଆଶୁତୋଷ ଓ ତାଙ୍କ ପତ୍ନୀ ରେଣୁକା କରୋନା ଟିକାର ପ୍ରଥମ ଡୋଜ ଲଗାଇଥିଲେ।