କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଥମେ ଏହି କାମ କରିବେ ବାଇଡେନ

ୱାଶିଂଟନ୍ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶପଥ ଗ୍ରହଣ କରିବା ପରେ ପ୍ରଥମେ କ’ଣ କରିବେ ସେନେଇ ସ୍ପଷ୍ଟ କରିଛନ୍ତି। ବାଇଡେନ କହିଛନ୍ତି ଯେ, କାର୍ଯ୍ୟଭାର ସମ୍ଭାଳିଲେ ସର୍ବପ୍ରଥମେ ଲୋକଙ୍କୁ ୧୦୦ ଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ନିବେଦନ କରିବି। କରୋନାରେ ବଢ଼ୁଥିବା ମାମଲାକୁ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଜୋର ଦେବା ନିହାତି ଜରୁରୀ। ବାଇଡେନଙ୍କ ଏହି ମନ୍ତବ୍ୟକୁ ସମସ୍ତେ ସ୍ୱାଗତ କରିଛନ୍ତି କାରଣ ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମଣକୁ ରୋକିବା ଲାଗି ମାସ୍କର ଉପଯୋଗିତାକୁ କଦାପି ସ୍ୱୀକାର କରିନଥିଲେ।

ସୂଚନାଯୋଗ୍ୟ, ବାଇଡେନ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମାସ୍କ ପିନ୍ଧିବାକୁ ବେଶ୍ ସମର୍ଥନ କରିଥିଲେ। ବାଇଡେନ ୨୦୨୧ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।