ରଣବୀରଙ୍କ ପରେ ବଂଶାଲୀଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେଟ୍ କରି ନେଇଛନ୍ତି। ଏଥିସହିତ ନିଜର ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡୀ’ ସୁଟିଂରେ ବ୍ୟସ୍ତ ଥିବା ବଂଶାଲୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁଟିଂ ରୋକି ଦେଇଛନ୍ତି। ଫିଲ୍ମର ସୁଟିଂ ମୁମ୍ବାଇର ଫିଲ୍ମସିଟିରେ ଚାଲିଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୨୪ରେ ଆଲିଆ ଭଟ୍ଟ ଅଭିନୀତ ‘ଗଙ୍ଗୁବାଇ କାଠିୟାବାଡୀ’ର ଟିଜର ରିଲିଜ ହୋଇଥିଲା। ଟିଜର ଜରିଆରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରାଯାଇଥିଲା।