ଲକଡାଉନ୍ ପରେ ଦିଲ୍ଲୀରୁ ବ୍ୟାଙ୍କକ୍ ହେବ ପ୍ରଥମ ଅନ୍ତରାଷ୍ଟ୍ରୀୟ ଉଡ଼ାଣ

ନୂଆଦିଲ୍ଲୀ: ଲକଡାଉନ ପରେ ବୁଲିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ କିଛି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ପର୍ଯ୍ୟଟକଙ୍କ ପାଇଁ ଉଡ଼ାଣ ଆରମ୍ଭ କରିବାକୁ ଯାଉଛନ୍ତି। ଟ୍ରାଭେଲ ସାଇଟ ମେକମାଇଁଟ୍ରିପ୍ ଅନୁସାରେ, ମେ ୧୮ରୁ ଦିଲ୍ଲୀରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ପାଇଁ ବୁକିଂ ଆରମ୍ଭ ହେବାକୁ ଯାଉଛି। ଶ୍ରୀଲଙ୍କାନ ଏୟାରଲାଇନ୍ସ ବ୍ୟାଙ୍କକ୍ ପର୍ଯ୍ୟନ୍ତ ଟିକେଟ ଉପଲବ୍ଧ କରାଇବାକୁ ଯାଉଛି। ଏହି ବିମାନ ପ୍ରଥମେ ଦିଲ୍ଲୀରୁ କଲମ୍ବୋ ଯିବ ଏବଂ ସେଠାରୁ ବ୍ୟାଙ୍କକ୍ ପହଞ୍ଚାଇବ।