ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତଗର୍ତ ଖୁଣ୍ଟ ସମେଲଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଛି । ମିଳିଥିବା ରିପୋର୍ଟ ମୁତାବକ, ଘାସି ତଅଲା ନାମକ ଜଣେ ବ୍ୟକ୍ତି ପ୍ରତିଦିନ ମଦ ପିଇ ଆସି ସ୍ତ୍ରୀ କୁନ୍ତୀ ତଅଲା ଓ ପିଲାଙ୍କ ସହ ଝଗଡ଼ା କରି ଆସୁଥିଲା । ସବୁ ଦିନ ମଦ ପିଇ ଆସି କାହିଁକି ଝଗଡ଼ା କରୁଛ ବୋଲି ସ୍ତ୍ରୀ କୁନ୍ତୀ କହିବାରୁ ରାଗରେ ଘାସି ତାଙ୍କ ମୁଣ୍ଡକୁ କାଠ ଫାଳିଆରେ ମାରିଥିଲା । ଖବର ପାଇ ୨ ପୁଅ ମା’ଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଘସିଏନ ଡାକ୍ତରଖାନା ନେଇଥିଲେ। ସେଠାରେ କୁନ୍ତୀଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଲରମ୍ଭା ଥାନାରେ ଅଭିଯୋଗ କରିବା ପରେ ଲରମ୍ଭା ପୁଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ପାଟଣାଗଡ଼କୁ ପଠାଇ ଦଇଛି । ଅନ୍ୟପଟେ ଆଭିଯୁକ୍ତକୁ ଧରିବା ପାଇଁ ପୁଲିସ ଖୁଣ୍ଟସମଲେଇ ଯାଇଥିବାବେଳେ ସେଠାରେ ସ୍ୱାମୀ ଘାସି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲା । ଘାସି ପ୍ରଥମେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲା କିନ୍ତୁ ବିଫଳ ହେବାରୁ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଲରମ୍ଭା ପୁଲିସ ଏକ ହତ୍ୟା ଓ ଅନ୍ୟଟି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।