ବାଇଡେନଙ୍କ ପରେ ଇସ୍ରାଏଲ ପହଞ୍ଚିଲେ ଋିଷି ସୁନକ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋିଷି ସୁନକ ଇସ୍ରାଏଲ ପହଞ୍ଚିଛନ୍ତି । ଇସ୍ରାଏଲରେ ପହଞ୍ଚିବା ପରେ ଋିଷି କହିଛନ୍ତି ଯେ, ମୁଁ ଏବେ ଶୋକରେ ପଡ଼ିଥିବା ଦେଶ ଇସ୍ରାଏଲରେ ଅଛି । ଏଠାକାର ଲୋକ ଶୋକରେ ଅଛନ୍ତି । ଦୁଃଖର ଏହି ଘଡ଼ିରେ ମୁଁ ଆପଣଙ୍କ ସହ ରହିଛି ବୋଲି ଇସ୍ରାଏଲ ଲୋକଙ୍କୁ କହିବାକୁ ଚାହୁଁଛି । ଆତଙ୍କବାଦ ବିରୋଧୀ ଲଢ଼େଇରେ ମୁଁ ଆପଣଙ୍କ ସହ ଆଜି ଓ ସବୁଦିନ ଛିଡ଼ା ହୋଇଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋିଷି ସୁନକ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ବେନ ଗୁରିୟନଙ୍କ ସହ ବୈଠକ ମଧ୍ୟ କରିବେ । ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କୁ ମଧ୍ୟ ସୁନକ ଭେଟିବେ ।