‘ଦୋସ୍ତାନା-୨’ ପରେ ଶାହରୁଖଙ୍କ ଫିଲ୍ମରୁ ବାହାରିଲେ କାର୍ତ୍ତିକ

ମୁମ୍ବାଇ: କରନ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା-୨’ ପରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଏବେ ଆଉ ଏକ ଫିଲ୍ମରୁ ମଧ୍ୟ ବାହାର କରିଦିଆଯାଇଛି। ଫିଲ୍ମଟି ହେଲା ‘ଫ୍ରେଡୀ’ ଯାହାକୁ ଶାହରୁଖ ଖାନଙ୍କ କମ୍ପାନୀ ରେଡ୍ ଚିଲ୍ଲୀଜ ପ୍ରସ୍ତୁତ କରୁଥିଲା। ଫିଲ୍ମରେ କାର୍ତ୍ତିକଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ନଜର ଆସିଥାନ୍ତେ।

ସୂଚନାଯୋଗ୍ୟ, କାର୍ତ୍ତିକ ଗତବର୍ଷ ଶାହରୁଖ ଖାନଙ୍କ ଫିଲ୍ମ ‘ଫ୍ରେଡୀ’ ସାଇନ କରିଥିଲେ। କିନ୍ତୁ କରୋନା ଯୋଗୁ ଏହାର ସୁଟିଂ ଆରମ୍ଭ ହୋଇନଥିଲା। ଆଉ ‘ଦୋସ୍ତାନା -୨’ ପରି  ଏହି ଫିଲ୍ମରେ ମଧ୍ୟ କାର୍ତ୍ତିକଙ୍କ ସ୍କ୍ରିପ୍ଟ ବଦଳାଇବା ଓ ଅଣପେଶାଗତ ବ୍ୟବହାରକୁ ଦାୟୀ କରାଯାଇଛି।