ଭାରତୀଙ୍କ ପରେ ଗିରଫ ହେଲେ ତାଙ୍କ ସ୍ୱାମୀ ହର୍ଷ

ମୁମ୍ବାଇ,ଏଜେନ୍ସି: ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନସିବି) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ଗତକାଲି ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ପକ୍ଷରୁ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଥିଲା। ପରେ ଏନସିବି ପକ୍ଷରୁ ପଚରାଉଚୁରା ପାଇଁ ଏନସିବି ଅଫିସକୁ ନିଆଯାଇଥିଲା। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ‌ସିବି ଭାରତୀଙ୍କୁ ଗିରଫ କରିଥିଲା।