ଆମିରଙ୍କ ପରେ ମାଧବନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନଙ୍କ ପରେ ତାଙ୍କ ‘୩ ଇଡିୟଟସ୍’ ମୁଭିର ସହଅଭିନେତା ଆର ମାଧବନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ମାଧବନ ଏକ ଖାସ୍ ଅନ୍ଦାଜରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାଧବନ ଶେଷଥର ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’ରେ ଅତିଥି ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ସମୟରେ ସେ ତାମିଲ ଓ ତେଲୁଗୁ ଫିଲ୍ମରେ ଅଧିକ ସକ୍ରିୟ ଅଛନ୍ତି। ମାଧବନଙ୍କ ଆଗାମୀ ଫିଲ୍ମ ହେଉଛି ‘ରୋକେଟରୀ-ଦି ନାମ୍ବୀ ଇଫେକ୍ଟ’।