ଆମେରିକା ପରେ ‘ହୁ’କୁ ଧମକ ଦେଲା ବ୍ରାଜିଲ

ନୂଆଦିଲ୍ଲୀ: ଆମେରିକା ପରେ ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ବର୍ତ୍ତମାନ ବ୍ରାଜିଲରେ ପ୍ରତିଦିନ ଆମେରିକାଠୁ ବି ଅଧିକ ନୂଆ ମାମଲା ସହ ମୃତ୍ୟୁ ଘଟୁଛି। ସେଥିପାଇଁ ଏବେ ବ୍ରାଜିଲ ବି ଆମେରିିକା ଭଳି ଡବ୍ଲ୍ୟୁଏଚଓ ସହ ସମ୍ପର୍କ ତୁଟାଇବାକୁ ଧମକ ଦେଉଛି। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସେନାରୋ ଡବ୍ଲ୍ୟୁଏଚଓ ଉପରେ ପକ୍ଷପାତିତା ଓ ରାଜନୀତିକ ହେବାର ଆରୋପ ଲଗାଇବା ସହ ନିଜ ଦେଶକୁ ଏହି ସଂସ୍ଥାରୁ କାଢ଼ିି ନେବେ ବୋଲି ଧମକ ଦେଇଛନ୍ତି। ଗତ ମାସ ୱାଶିଂଟନ ଡବ୍ଲ୍ୟୁଏଚଓ ସହ ସମସ୍ତ ସମ୍ପର୍କ ଛିନ୍ନ କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ।

ବୋଲସେନାରୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଯଦି ଡବ୍ଲ୍ୟୁଏଚଓ ‘ପକ୍ଷପାତପୂର୍ଣ୍ଣ ରାଜନୈତିକ ସଂଗଠନ’ ପ୍ରସ୍ତୁତ କରିବା ବନ୍ଦ ନକରେ ତା’ହେଲେ ବ୍ରାଜିଲ ଏହାକୁ ଛାଡ଼ିବା ଉପରେ ବିଚାର କରିବ।

ସୂଚନାଯୋଗ୍ୟ, କରୋନା ସଂକ୍ରମିତଙ୍କ ସଂଖ୍ୟା ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ରହିଛି। ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୬ ହଜାର ଓ ମୃତକଙ୍କ ସଂଖ୍ୟା ୩୫ ହଜାର ରହିଛି।