ବିବାହରେ ୭ ବର୍ଷ ପରେ ଛାଡ଼ପତ୍ର ଦେବେ କିମ୍ କର୍ଦାସିୟାଁ

ମୁମ୍ବାଇ: ରିୟାଲିଟି ଟିଭି ଷ୍ଟାର କିମ୍ କର୍ଦାସିୟାଁ ତାଙ୍କ ରେପର ସ୍ୱାମୀ କାନ୍ୟେ ବେଷ୍ଟଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ବିବାହର ୭ ବର୍ଷ ପରେ ଏହି ସେଲିବ୍ରିଟି ଯୋଡ଼ି ଅଲଗା ହେବାକୁ ନେଇ ସ୍ଥିର କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି କି, ଦୀର୍ଘ ଦିନରୁ ଦୁହିଁଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଛାଡ଼ପତ୍ର ଆବେଦନ ସହ କିମ୍ ତାଙ୍କ ୪ଟି ସନ୍ତାନର ଜଏଣ୍ଟ କଷ୍ଟଡୀ ଦାବି କରିଛନ୍ତି। କିମଙ୍କ ଛାଡ଼ପତ୍ର ମାମଲାକୁ ଲୋରା ୱେସେର ନାମକ ଓକିଲ ସମ୍ଭାଳୁଛନ୍ତି।

ସୂଚନାଯୋଗ୍ୟ, କିମ୍ ଓ ବେଷ୍ଟ ୨୦୧୪ ମସିହାରେ ଖୁବ୍ ଧୁମଧାମରେ ବିବାହ କରିଥିଲେ। ଉଭୟ ୪ଟି ସନ୍ତାନର ପିତା-ମାତା। କିମ୍ ଓ ବେଷ୍ଟ ୨୦୧୨ରେ ନିଜ ସମ୍ପର୍କର ଶୁଭାରମ୍ଭ କରିଥିଲେ। ସେତେବେଳେ କିମ୍ ଆମେରିକୀୟ ଫୁଟବଲର୍ କ୍ରିସ୍ ହମ୍ପ୍ରିସଙ୍କ ପତ୍ନୀ ଥିଲେ। ୨୦୧୩ରେ କ୍ରିସଙ୍କୁ କିମ୍ ଛାଡ଼ପତ୍ର ଦେଇଥିଲେ।