ନୂଆଦିଲ୍ଲୀ: ଦୀର୍ଘ ୬୮ ବର୍ଷ ପରେ ଟାଟା ସନସକୁ ଏୟାର ଇଣ୍ଡିଆର ମାଲିକାନା ମିଳିଛି। ୧୮ ହଜାର କୋଟି ଟଙ୍କାର ସର୍ବାଧିକ ବିଡିଂ ଡାକି ଟାଟାକୁ ଏହି ମାଲିକାନା ମିଳିଥିବା ଜଣାପଡ଼ିଛି। ଡିସେମ୍ବର ସୁଦ୍ଧା ସମସ୍ତ ଅଧିଗ୍ରହଣ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ଏନେଇ କେନ୍ଦ୍ର ନିବେଶ ସଚିବ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି।