ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ କରୋନା ହେଉଛି ସବୁଠାର ବଡ଼ ଚ୍ୟାଲେଞ୍ଜିଂ: ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକଟ ମଧ୍ୟରେ ସାଉଦୀ ଆରବର କିଙ୍ଗ ସଲମାନଙ୍କ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କରୋନା ପରେ ବିଶ୍ୱ ପାଇଁ ଏକ ନୂତନ ବୈଶ୍ୱିକ ସୂଚକାଙ୍କ ଆହ୍ୱାନ କରିଛନ୍ତି, ଯେଉଁଥିରେ ୪ ପ୍ରମୁଖ ତତ୍ତ୍ୱ ସାମିଲ ଅଛି- ଏକ ବିଶାଳ ଟେଲେଣ୍ଟ ପୋଲ ନିର୍ମାଣ ହେଉ, ଯେଉଁଥିରେ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ପ୍ରଦ୍ୟୋଗିକୀ ସମାଜ ସମସ୍ତଙ୍କ ନିକଟକୁ ପହଞ୍ଚୁ। ଶାସନର ପ୍ରଣାଳୀରେ ପାରଦର୍ଶିତା ଏବଂ ଟ୍ରଷ୍ଟିଶିପର ଭାବନା ସହିତ ପୃଥିବୀର ସେବା କରାଯାଇପାରିବ। ଏହି ଆଧାରରେ ଜି-୨୦ ଏକ ନୂତନ ବିଶ୍ୱର ମାଇଲ ଖୁଣ୍ଟ ଭାବେ ଛିଡ଼ା ହୋଇପାରିବ। ସାଉଦୀ ଆରବ ଓ ଏହାର ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀ ସଫଳ କହିଛନ୍ତି ଏବଂ କୋଭିଡ-୧୯ ମହାମାରୀ ଦ୍ୱାରା ନିଜର ଚ୍ୟାଲେଞ୍ଜିଂ ଏବଂ ପ୍ରତିଘାତ ମଧ୍ୟରେ ୨୦୨୦ରେ ଦ୍ୱିତୀୟ ଜି-୨୦ ସମ୍ମିଳନୀର ଭର୍ଚୁଆଲ ରାଲିର ଆୟୋଜନ କରିପାରିଛି, ସେଥିପାଇଁ ଶୁଭେଚ୍ଛା ଜଣାଉଛି।

ସେ ଜି-୨୦ ଦ୍ୱାରା ନିର୍ଣ୍ଣାୟକ ପଦକ୍ଷେପ ପାଇଁ ଆହ୍ୱାନ କରିଛନ୍ତି, ଯାହାକି କେବଳ ଆର୍ଥିକ ସଂଶୋଧନ, ଚାକିରି ଓ ବ୍ୟବସାୟ ପର୍ଯ୍ୟନ୍ତ ସୀମିତ ନ ରହି ବରଂ ପୂରା ବିଶ୍ୱ ବାସୀଙ୍କ ଉପରେ କେନ୍ଦ୍ରିତ ହେବ, କାରଣ ଆମେ ସମସ୍ତେ ମାନବତାର ଭବିଷ୍ୟତର ଟ୍ରଷ୍ଟି ଅଟୁ।