ଆଜି ୪୫ ମିନିଟ୍ ଯାଞ୍ଚ ପରେ ବାହାନଗାରୁ ଫେରିଲା ସିବିଆଇ ଟିମ୍‌

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଭୟାବହ ରେଳ ଦୁର୍ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ଜୋରଦାର ପ୍ରୟାସ ଜାରି ରଖିଛି । ଏହିକ୍ରମେ ସିବିଆଇ ଟିମ୍ ଆଜି ପୁଣି ବାହାନଗା ଷ୍ଟେସନରେ ପହଞ୍ଚି ଯାଞ୍ଚ କରିଛି । ଏହି ସମୟରେ ସିବିଆଇ ସହ ଟେକ୍ନିକାଲ ଓ ଫୋରେନସିକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଆଜି ପ୍ରାୟ ୪୫ ମିନିଟ୍ ଯାଞ୍ଚ କରିବା ପରେ ସିବିଆଇ ଟିମ୍ ବାହାନଗା ବଜାର ଷ୍ଟେସନରୁ ଫେରିଛି । ଗତକାଲ ସିବିଆଇ ଟିମ୍ ୨ଥର ଘଟଣାସ୍ଥଳକୁ ଯାଇ ତନାଘନା କରିଥିଲା ।