ଆଫ୍ରିକା ପୋଲିଓ ମୁକ୍ତ ଘୋଷିତ

ଜେନିଭା,ଏଜେନ୍ସି: ଆଫ୍ରିକା ପୋଲିଓ ମୁକ୍ତ ହୋଇଛି। ଗତ ୪ ବର୍ଷ ହେଲା ସେଠାରେ କେହି ପୋଲିଓରେ ଆକ୍ରାନ୍ତ ନହେବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଫ୍ରିକାକୁ ପୋଲିଓ ମୁକ୍ତ ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆଫ୍ରିକୀୟ ଆଞ୍ଚଳିକ ପ୍ରମାଣନ କମିଶନ ବୁଧବାର ଏହା ଘୋଷଣା କରିଛି। ବିଶ୍ୱକୁ ପୋଲିଓ ମୁକ୍ତ କରିବା ପାଇଁ ଅନେକ ଦଶନ୍ଧି ଧରି ଅଭିଯାନ ଚାଲିଛି। ଡବ୍ଲ୍ୟୁଏଚଓର ଆଫ୍ରିକା ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମାତଶି ଦିସୋ ମୋଏତି ଏହି ଘୋଷଣା କରିଛନ୍ତି। ଆଫ୍ରିକା ପାଇଁ ଏହା ଏକ ଐତିହାସିକ ଦିବସ ବୋଲି ସେ କହିଛନ୍ତି। ପ୍ରଫେସର ରୋଜ ଗାନା ଫୋମ୍ବାନ୍ ଲେକେଙ୍କ ନେତୃତ୍ୱରେ ଏକ କମିଶନ ପ୍ରମାଣ କରିଛନ୍ତି ସେ ଗତ ଚାରି ବର୍ଷ ଧରି ଏହି ମହାଦେଶରେ କୌଣସି ମାମଲା ଆସିନାହିଁ। ଯାହା ହେଉଛି ପୋଲିଓ ଭାଇରସ୍ ବିଲୋପ ହେବାର ସମୟ ସୀମା। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ କହିଛି, ପୋଲିଓ ଭାଇରସ୍ ବର୍ତ୍ତମାନ ଆଫ୍ରିକାରେ ମୂଳପୋଛ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଆଫ୍ରିକାର ୪୭ଟି ଦେଶରେ ପୋଲିଓ ସମ୍ପୂର୍ଣ୍ଣ ନିର୍ମୁଳ କରାଯାଇପାରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ସାଧାରଣ ସ୍ୱାସ୍ଥ୍ୟ ଇତିହାସରେ ଏହା ଏକ ସବୁଠାରୁ ଏକ ଉପଲବ୍ଧି।