ଆଫଗାନିସ୍ଥାନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ରାଲିରେ ଆଇଡି ବ୍ଲାଷ୍ଟ, ୨୪ ମୃତ, ୩୦ଆହତ

କାବୁଲ, ଏଜେନ୍ସି : ଆଫଗାନସ୍ଥାନର ପରବନ ସହରରେ ମଙ୍ଗଳବାର ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ପରବନ ସହରରେ ରାଷ୍ଟ୍ରପତି ଅଶରଫ ଗନୀଙ୍କ ଏକ ରାଲି ସମୟରେ ଆଇଡି ବ୍ଲାଷ୍ଟ କରାଯାଇଥିଲା । ଏହି ଆକ୍ରମଣରେ ପାଖାପାଖି ୨୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।
ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନର ପ୍ରବକ୍ତା

ହାମିଦ ଅଜୀବ ଏନେଇ କହିଛନ୍ତି କି, ଏହି ଆକ୍ରମଣ ସମୟରେ ରାଷ୍ଟ୍ରପତି ଅଶରଫ ଗନୀ ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ତାଙ୍କର କୌଣସି କ୍ଷତି ହୋଇ ନାହିଁ । ସେ ସମ୍ପୁର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି । ତେବେ ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ଏହି ଘଟଣା ନେଇ ଅଧିକ ସୂଚନା ଦେବେ ବୋଲି ଅଜୀବ କହିଛନ୍ତି ।

ଡିଆରଡିଓ ୟୁଏଭି ଦୁର୍ଘଟଣାଗ୍ରସ୍ତ