ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାରପିଟ

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଭଙ୍ଗାରୁଜା ହେବା ସହ ଉତ୍ତେଜନା ଦେଖାଦେଇଛି। ତେବେ ଜିଲ୍ଲାପାଳ ଓକିଲଙ୍କ ସହ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ଉତ୍ତେଜନା ହୋଇଛି।

ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ମାମଲାର ବିଚାର ହେବାକୁ ଥିବାବେଳେ ଜିଲ୍ଲାପାଳ ବିଳମ୍ବରେ ଆସିଥିଲେ। ତେବେ ଏ ନେଇ ଓକିଲ ସଂଘ ବିଳମ୍ବର କାରଣ ପଚାରିବାରୁ ସେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ କାର୍ଯ୍ୟାଳୟରୁ ଧକ୍କାଦେଇ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହାକୁନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ସୃଷ୍ଟିହେବା ସହ ଭଙ୍ଗାରୁଜା ହୋଇଛି।