କରୋନରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଜିନିଷ….

ନୂଆଦିଲ୍ଲୀ: କରୋନା ପ୍ରକୋପ ଥମୁନଥିବା ବେଳେ ଲକଡାଉନକୁ ୫୩ ଦିନ ପୁରିଗଲାଣି। ଗୋଟିଏ ପଟେ ଆର୍ଥିକ ସଙ୍କଟ ଦେଖାଦେଉଥିଲାବେଳେ ଅନ୍ୟପଟେ ଆଗକୁ ଅନାହାର ମୃତ୍ୟୁର ଆଶଙ୍କା ଦେଖାଦେଉଛି। ଏଭଳି ସ୍ଥିତିରେ ଲକଡାଉନ ନିୟମକୁ କୋହଳ କରିବା ପରିବର୍ତ୍ତେ ସରକାରଙ୍କ ପାଖରେ ଆଉ କୌଣସି ଚାରା ନାହିଁ। ତେଣୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲ କର୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ଯଦି ଏହି ପରାମର୍ଶକୁ ଆପଣାଯାଏ ତେବେ କରୋନା ସଂକ୍ରମଣର ଭୟ ରହିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି। ତେବେ ଆସନ୍ତୁ ଜାଣିବା କ’ଣ କଲେ କରୋନା ଦାଉରୁ ରକ୍ଷା ପାଇପାରିବା …..

* ଦୁଇ ବର୍ଷ ପର୍ଯ୍ୟନ୍ତ ବିଦେଶ ଯାତ୍ରା କରନ୍ତୁ ନାହିଁ।
* ବର୍ଷକ ପର୍ଯ୍ୟନ୍ତ ବାହାର ଖାଦ୍ୟ ଖାଆନ୍ତୁ ନାହିଁ।
* ଯଦି ଜରୁରୀ ନଥାଏ ତେବେ କୌଣସି ବିବାହ ଓ ଭୋଜିକୁ ଯାଆନ୍ତୁ ନାହିଁ।
* ଲକଡାଉନ ଖୋଲିବାର ପ୍ରଥମ ସପ୍ତାହରେ ଅଧିକ ସତର୍କ ରୁହନ୍ତୁ।
* ଏହି ମହାମାରୀ ସମୟରେ ଶାକାହାରୀ ଭୋଜନ ଆହାର କରିବା ସବୁଠୁ ଭଲ।
* ୬ ମାସ ପର୍ଯ୍ୟନ୍ତ ସିନେମା ହଲ୍, ସପିଂ ମଲ୍ ଓ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ।
* ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବାକୁ ଚେଷ୍ଟା କରନ୍ତୁ।
* ସେଲୁନ ଓ ବ୍ୟୁଟି ପାର୍ଲର ଯିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
* ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖନ୍ତୁ।
* ଏହି ସମୟରେ ବେଲ୍ଟ, ଘଡ଼ି ଓ ମୁଦି ପିନ୍ଧନ୍ତୁ ନାହିଁ।
* ପକେଟରେ ରୁମାଲ ରଖିବା ବଦଳରେ ସାନିଟାଇଜର ଓ ଟିସୁ ରଖନ୍ତୁ।
* ଜୋତା ଓ ଚପଲକୁ ଘର ବାହାରେ ହିଁ ଓହ୍ଲାନ୍ତୁ।