ଚେମଣା ଗ୍ରାମକୁ ସିଲ କଲା ପ୍ରଶାସନ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ପଞ୍ଚାୟତ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ପରେ ଚେମଣା ଗ୍ରାମକୁ ସିଲ କରିଛି ପ୍ରଶାସନ। ମଙ୍ଗଳବାର ଚେମଣା ସରକାରୀ ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦ୍ରରେ ରହୁଥିବା ଜଣେ ଯୁବକଙ୍କ ଭିତରେ କରୋନା ଭୁତାଣୁ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି। ସଂଗରୋଧ କେନ୍ଦ୍ରର ଚର୍ତୁଃପାର୍ଶ୍ୱ ୧୦୦ ମିଟର ଦୂରତାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରିବା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ବଳ ବତ୍ତର ରହିଛି। ତୁରୁମୁଙ୍ଗା ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ କଡା ସୁରକ୍ଷା କରାଯାଇଛି।