ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତଦେହ ଆଜି ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଛି। ତେବେ ଏହା ଏକ ହତ୍ୟାକଣ୍ଡ ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମରିବାର କାରଣ ସ୍ପଷ୍ଟ ହେବ। ପ୍ରକାଶ ଥାଉକି, ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ। ମାତ୍ର ସେ ଭୁବନେଶ୍ୱରର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜସେବା ମଧ୍ୟ କରୁଥିଲେ।
ସେ ଗତ ଜୁନ୍ ମାସରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ମାସକ ନ ପୂର୍ବରୁ ସେ କାହିଁକି ଆତ୍ମହତ୍ୟା କଲେ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି।