ବିଚ୍ଛିନ୍ନାଞ୍ଚଳରେ ପୁଣି ଆଦିବାସୀ ମେଳି, ପରିଚୟ ପ୍ରମାଣପତ୍ର ପାଇଁ ଦାବି

ମାଲକାନଗିରି,ଏନ୍ଏନ୍ଏସ୍: ଦାବି ପୂରଣ କର ନଚେତ ଆନ୍ଧ୍ରପ୍ରଦେଶରେ ସାମିଲ ହେବାକୁ ଚେତାବନୀ ଦେଇ ବୁଧବାର ୬ ଆଦିବାସୀ ପଞ୍ଚାୟତ ବାସିନ୍ଦା ମେଳି ହୋଇଛନ୍ତି। ମାଲକାନଗିରି ଜିଲ୍ଲା ବିଛିନ୍ନାଞ୍ଚଳର ଗାଯଲମାମୁଡ଼ିଯୋଡ଼ାଆମ୍ବ, ଯନ୍ତ୍ରୀ, ଅଣ୍ଡରାପାଲିମୁଦୁଲିଗୁଡାପଣସପୁଟ ଆଦି ୬ଟି ପଞ୍ଚାୟତରେ ଦୀର୍ଘଦିନରୁ ବିଦ୍ୟାଳୟରେ ଶିକ୍ଷକ ନଥିବା, ଲୋକଙ୍କୁ ସଠିକସମୟରେ ପିଡିଏସ୍ ଚାଉଳ, ଭତ୍ତା, ଜାତିଗତ ପ୍ରମାଣପତ୍ର ନମିଳିବା, ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିବା ଭଳି ଅନେକ ସମସ୍ୟା ଥିବାବେଳେ ଲୋକେ ବାରମ୍ବାର ଏନେଇ ପ୍ରଶାସନକୁ ଗୁହାରି କରି ନିରାଶ ହୋଇଥିବା କହିଛନ୍ତି । ଯଦି ଆଗାମୀ ଦିନରେ ଏ ସବୁ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେବ ତେବେ ଉକ୍ତ ପଞ୍ଚାୟତର ଲୋକେ ଆନ୍ଧ୍ରପ୍ରଦେଶରେ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି ।