୩ ମାସ ପାଇଁ ବଢିଲା ଆଧାର-ପାନ୍ କାର୍ଡ ସଂଯୋଗର ସମୟସୀମା

ଭୁବନେଶ୍ଵର,ଏନ୍ଏନ୍ଏସ୍: ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାର ସମୟ ସୀମା ତିନି ମାସ ପାଇଁ ବୃଦ୍ଧି କରାଯାଇଛି। ଡିସେମ୍ବର ୩୧ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏହି ଅବଧିକୁ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ବଢାଇଛନ୍ତି। ପୂର୍ବରୁ ପାନ୍ ଓ ଆଧାର କାର୍ଡ ଲିଙ୍କର ଶେଷ ତାରିଖ ସେପ୍ଟେମ୍ବର ୩୦ଥିବାବେଳେ ଏହାକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି।

ଯେଉଁ ଆଧାର ସହ ପାନ୍ କାର୍ଡ ସଂଯୋଗ ହୋଇନଥିବ ତାହାର ବ୍ୟବହାର କୌଣସି ବି ପ୍ରକାର ନେଣଦେଣ କାମରେ ହୋଇପାରିବ ନାହିଁ। ସରକାର ଏପର୍ୟ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଥରେ ପାନ୍ କାର୍ଡ ରଦ୍ଦ ହେବା ପରେ ତାହାକୁ ସମୟ ସୀମା ପରେ ବି ପୁଣି ଥରେ ସକ୍ରିୟ କରାଯାଇପାରିବ ନା ନାହିଁ। ମାର୍ଚ୍ଚ ୩୧ ତାରିଖରେ ଜାରି ହୋଇଥିବା ସୂଚନା ମୁତାବକ, ଯଦି କାହା ପାଖରେ ପାନ୍ ଓ ଆଧାର ଉଭୟ ଅଛି ତେବେ ତାହାକୁ ସଂଯୋଗ କରିବା ଅନିବାର୍ୟ୍ୟ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।