ପୁଲିସ ବାଇକ୍ ନେଇ ହେପାଜତରୁ ଫେରାର, ନିଲମ୍ବିତ ହେଲେ ଦୁଇ ପୁଲିସ କର୍ମଚାରୀ

ବାରିପଦା,ଏନ୍ଏନ୍ଏସ୍: ପୁଲିସ ଗାଡ଼ି ଧରି ଜଣେ ଅଭିଯୁକ୍ତ ହେପାଜତରୁ ଚମ୍ପଟ ମାରିଥିବା ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା ଗୁଳିଆପଦା ଥାନା ଅନ୍ତର୍ଗତ କୁର୍ଜୁଡିହି ଠାରେ  ଏକ ବାଇକ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ ଚାଳକ ଓ ମହିଳା ଗୁରୁତର ହୋଇଥିଲେ।

ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମହିଳାଙ୍କୁ ବାରିପଦା ଡାକ୍ତରଖାନାକୁ ପଠାଇ ଥିବାବେଳେ ବାଇକ୍ ଚାଳକକୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ବାଇକ୍ ଚାଳକ ଜଣକ ପୁଲିସ ହାତରୁ ଖସିଯାଇ ପୁଲିସ ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଥିଲା।

ଶୁକ୍ରବାର ପୁଲିସ ବାଇକଟିକୁ ଉଦାଳାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିବାବେଳେ ଚାଳକ ଜଣଙ୍କ ପଶ୍ଚିମବଙ୍ଗ ରାଜ୍ୟର ଦାନ୍ତୁଣ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମର ସଞ୍ଜୀବ ଜେନା ବୋଲି ଜଣାପଡ଼ିଛି। ଦାୟିତ୍ୱରେ ଅବହେଳା କରିଥିବାରୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ଏ ନେଇ ଶୁକ୍ରବାର ଏସପି ହାବିଲଦାର ଡିକେ ଦାଶ ଓ ଏଏସଆଇ ଏସଏନ ବାରିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।