ଅଭିନେତ୍ରୀ କ୍ରିତି ସାନନଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଏବେ କ୍ରିତିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ହୋମ ଆଇସୋଲେସନରେ ଅଛନ୍ତି। ଏଥିସହିତ ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ କ୍ରିତି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କ୍ରିତି ନିକଟରେ ଦିନେଶ ବିଜନଙ୍କ ଫିଲ୍ମର ସୁଟିଂ ସାରି ଚଣ୍ଡୀଗଡ଼ରୁ ଫେରିଥିଲେ। ଫିଲ୍ମରେ କ୍ରିତିଙ୍କ ବିପକ୍ଷରେ ରାଜକୁମାର ରାଓ ନଜର ଆସିବେ।