ଦିଲ୍ଲୀରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିବେ ହୁମା କୁରେସୀ

ମୁମ୍ବାଇ: ଦେଶରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ବଲିଉଡ ସେଲିବ୍ରିଟି ନିଜ ନିଜ ହିସାବରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ଧାଡ଼ିରେ ଏବେ ଅଭିନେତ୍ରୀ ହୁମା କୁରେସୀଙ୍କ ନାମ ସାମିଲ ହୋଇଛି। ହୁମା ଗ୍ଲୋବାଲ ଚାଇଲ୍ଡ ରାଇଟ ଅର୍ଗାନାଇଜେସନ ‘ସେଭ ଦି ଚିଲଡ୍ରେନ’ ସହ ହାତ ମିଳାଇ ଦିଲ୍ଲୀରେ ଏକ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରିବାର ନିଷ୍ପତ୍ତି ନେଇଛନ୍ତି। ୧୦୦ ଶଯ୍ୟାବିଶିଷ୍ଟ ଏହି କୋଭିଡ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ରହିବ। ଏଥିସହିତ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମଧ୍ୟ ମେଡିକାଲ କିଟ୍ ପ୍ରଦାନ କରାଯିବ। ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ଠିକ କରିବା ପାଇଁ ଡାକ୍ତରଙ୍କ ସହ ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ରହିବେ।

ହୁମାଙ୍କୁ ଏହି କାମରେ ହଲିଉଡ ଫିଲ୍ମ ନିର୍ଦ୍ଦେଶକ ଜେକ ସ୍ନାଇଡର ଓ ବ୍ରିଟିଶ ଅଭିନେତା ରିଜବାନ ଅହମ୍ମଦ ମଧ୍ୟ ସହଯୋଗ କରିବେ।