ଅଭିନେତା ରଣବୀର ସୌରୀଙ୍କୁ କରୋନା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସୌରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ରଣବୀରଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସେ ଟେଷ୍ଟ କରାଇଥିଲେ । ଆଉ ରିପୋର୍ଟ ପଜିଟିଭ ଆସିବା ପରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି।

ସୂଚନାଯୋଗ୍ୟ, ୨୦୨୦ରେ ରଣବୀରଙ୍କ ଅନେକ ଫିଲ୍ମ ଓ ସିରିଜ ରିଲିଜ ହୋଇଛି। ସେଗୁଡ଼ିକ ହେଲା ଇଂରାଜୀ ମିଡିୟମ, ସୁଟକେସ, କଡ଼କ, ପରିବାର ଓ ହାଇ। ଆଉ ଏବେ ରଣବୀର ଇରୋସ ନାଓର ୱେବ ସିରିଜ ‘ମେଟ୍ରୋ ପାର୍କ ସିଜିନ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି।