ବଲିଉଡ ଅଭିନେତା ରଣବୀର କପୁରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ମା’ ନୀତୁ କପୁର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ରଣବୀର ଏବେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ବର୍ତ୍ତମାନ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ସୁଟିଂ କରୁଥିବା ବେଳେ ନୀତୁ କପୁର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ପରେ ତାଙ୍କୁ ଏୟର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଥିଲା।