ନିଆରା ଢଙ୍ଗରେ ଖ୍ରୀଷ୍ଟମାସ ଡେ ପାଳନ କଲେ ଅଭିନେତା ଚନ୍ଦନ ଜିଲ୍ଲାମହାନଗର By Nitidin On Dec 25, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସମାଜସେବୀ ତଥା ଭର୍ସାଟାଇଲ୍ ଅଭିନେତା ଚନ୍ଦନ କର ଏକ ନିଆରା ଢଙ୍ଗରେ ୟୁନିଟ୍-୨, ମାର୍କେଟ୍ ବିଲ୍ଡିଙ୍ଗସ୍ଥିତ ପଟେଲ୍ ବସ୍ତିରେ ବସ୍ତି ପିଲାଙ୍କ ଗହଣରେ ‘ଖ୍ରୀଷ୍ଟମାସ୍ ଡେ’ ପାଳନ କରିଥିଲେ । ପିଲାମାନଙ୍କୁ ଶିକ୍ଷା ଉପକରଣ ବାଂଟିବା ସହ ବିସ୍କୁଟ୍, ଚକଲେଟ୍ ଦେଇ ବେସ୍ ଧୁମଧାମରେ ଏହି ଦିନକୁ ପାଳନ କରିଥିଲେ । ପିଲାମାନଙ୍କ ଉତମ ଶିକ୍ଷା, ସ୍ୱାସ୍ଥ୍ୟ ସର୍ବୋପରି ଉତମ ଭବିଷ୍ୟତ ଗଠନ ସମ୍ବନ୍ଧରେ ଅଭିଭାବକ ସହ ବିସ୍ତୃତ ଆଲୋଚନା କରି ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ପିଲାମାନେ ଚନ୍ଦନଙ୍କ ଅଭିନୀତ ଫିଲ୍ମ ଯଥା ‘ବାବୁ ଆଇ ଲଭ୍ ୟୁ’, ‘ମତେ ଆଣିଦେଲା ଲକ୍ଷେ ଫଗୁଣ’ ପ୍ରଭୃତି ଗୀତର ତାଳେତାଳେ ନାଚିଥିଲେ । ଅଭିନେତା ଚନ୍ଦନ କର ସର୍ବଦା ଗରିବ, ଅସହାୟ ବ୍ୟକ୍ତିର ଶିକ୍ଷା, ସ୍ୱାସ୍ଥ୍ୟରେ ସହଯୋଗ କରିବା, ସଚେତନମୂଳକ କାର୍ୟ୍ୟକ୍ରମ ଯଥା- ଟ୍ରାଫିକ୍ ସଚେତନତା, ସ୍ୱାସ୍ଥ୍ୟସମ୍ବନ୍ଧୀୟ ସଚେତନତା, ବୃକ୍ଷରୋପଣ, ସର୍ବୋପରି ନନ୍ଦନକାନରେ ଥିବା କିଛି ପଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ ପ୍ରଭୃତି କାର୍ୟ୍ୟ କରିସାରିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ‘ୟୁଥ୍ ଫର ଭଲ୍ୟୁଂଟାରୀ ୱାର୍କ’ର ଅଧ୍ୟକ୍ଷ ମୀର୍ ଅହମ୍ମଦ ଅଲ୍ଲୀ, ଶେଖର ମହାନ୍ତି, ଶାନ୍ତିସ୍ୱରୂପ, ଦୀପକ ନାୟକ, ନଳିନୀକାନ୍ତ ନାୟକ, ବିଶ୍ୱଜିତ୍ ସାହୁ, ସତ୍ୟବ୍ରତ ଜେନା, ସୁବ୍ରତ ମହାନି ପ୍ରମୁଖ ଉପସ୍ଥିତ ଥିଲେ । Share