ଏଣିକି ଫୋନ୍ ନ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ହଟାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କିନ୍ତୁ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢି ବଢି ଚାଲିଛି । ଜୁନ୧ରୁ ସାରା ଦେଶରେ ଅନଲକ୍-୧ ମଧ୍ୟ ଲାଗୁ ହୋଇଛି, ଫଳରେ କିଛିଟା ନିୟମ ଉପରେ କୋହଳ କରାଯାଇଛି । ଏହାରି ମଧ୍ୟରେ କୋଭିଡ କଲ ସେଣ୍ଟରରୁ କଲ ଉଠାଇ ସହଯୋଗ ପାଇଁ ବିଦେଶୀ ଫେରନ୍ତା ସମସ୍ତ ପ୍ରବାସୀଙ୍କୁ ଅପିଲ କରିଛନ୍ତି ରାଜ୍ୟ ସରକାର । ତେବେ ସରକାରଙ୍କ ମତରେ, ୧୦୪ ନଂ/କଲ ସେଣ୍ଟରରୁ ପ୍ରବାସୀଙ୍କ ପଞ୍ଜିକୃତ ମୋବାଇଲକୁ କଲ୍ ଯାଇପାରେ । ଫୋନ୍ ବନ୍ଦ ଥିଲେ ବା କଲ୍ ନଲାଗିଲେ ପ୍ରବାସୀ କ୍ୱାରେଣ୍ଟାଇନରେ ନଥିବା ଧରାଯିବ । ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।