ଜାତୀୟ ରାଜପଥରେ ଏସିଡ୍ ଟ୍ୟାଙ୍କର ଲିକ୍

ଖୋର୍ଦ୍ଧା,ଏନ୍ଏନ୍ଏସ୍: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗି ଚମ୍ପାଗଡ଼ ଛକ ଓସକେଇଖୋଲ ନିକଟରେ ଏକ ଏସିଡ୍ ଟ୍ୟାଙ୍କର ଲିକ୍ ହୋଇଥିବା ଜଣାପଡ଼ିଛି। ଫଳରେ ଜାତୀୟ ରାଜପଥ ଧୂଆ ବଣ ହୋଇଯିବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁସାରେ ଟ୍ୟାଙ୍କରଟି ଗଞ୍ଜାମରୁ କୋଲକାତା ଅଭିମୁଖେ ଯାଉଥିଲା। ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ୍ ଲୋଡ ହୋଇଥିଲା। ଓସକେଇଖୋଲ ନିକଟରେ ହଠାତ୍ ଟ୍ୟାଙ୍କରର ଭାଲବ୍ କଟିଯିବାରୁ ଏଥିରୁ ପ୍ରଚୁର ପରିମାଣର ଏସିଡ୍ ଲିକ ହୋଇଛି। ଖବରପାଇ ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ ବାହିନୀ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ପକାଉଛନ୍ତି। ସେହିପରି ପୁଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ବିଶେଷଜ୍ଞ ଟିମକୁ ଡକାଯାଇଛି।