ଥାନା ହାଜତରୁ ଅଭିଯୁକ୍ତ ଫେରାର୍

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ହାଜତରୁ ଅଭିଯୁକ୍ତ ଅରୁଣ ହରିଜନ(୨୪)ମଙ୍ଗଳବାର ମଧ୍ୟରାତ୍ରିରେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଅରୁଣଙ୍କ ନାମରେ ତେନ୍ତୁଳି ଖୁଣ୍ଟି ଥାନାରେ ଚୋରି, ଡକାୟତି ଆଦି ମାମଲା ଅଛି।

ଘଟଣାରୁ ପ୍ରକାଶ ଯେ, ପାପଡ଼ାହାଣ୍ଡି ଥାନାଧିକାରୀ ଲିଙ୍ଗରାଜ ପ୍ରଧାନ ଅଭିଯୁକ୍ତ ଅରୁଣଙ୍କୁ ନବରଙ୍ଗପୁରରୁ ଧରି ପାପଡ଼ାହାଣ୍ଡି ଥାନାରେ ରଖିଥିଲେ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେ ପରିସ୍ରା କରିବା ବାହାନରେ ବାହାରକୁ ଆସି ଫେରାର ହୋଇଯାଇଛନ୍ତି।

ରାତିରେ ବହୁଖୋଜାଖୋଜି କରିବା ପରେ ତାର କୌଣସି ସନ୍ଧାନ ମିଳିନଥିଲା। ବୁଧବାର ଅଭିଯୁକ୍ତ ଅରୁଣକୁ ଧରିବାକୁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।