ବସ୍ ଧକ୍କାରେ ବୃଦ୍ଧ ମୃତ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହର ଉପକଣ୍ଠ ବିଟିଏମ୍ ନିକଟରେ ଆଜି ଏକ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ପଞ୍ଚପଡା ଗ୍ରାମର କିଶୋର ଠାକୁର (୬୫) ବୋଲି ଜଣାପଡିଛି । ଆଜି ସକାଳେ କିଶୋର ବିଟିଏମକୁ ପରିବା କିଣିବାକୁ ଆସିଥିବାବେଳେ ଏକ କମ୍ପାନୀ ବସ୍ ତାକୁ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଦର ପୁଲିସ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ବିଟିଏମ ସଦର ଥାନାରେ ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ମୃତକର ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରିଛି।