ଓଭରଟେକ ବେଳେ ଦୁର୍ଘଟଣା, ଜଣେ ମୃତ,୨ ଗୁରୁତର

ଯାଜପୁର, ଏନ୍ଏନ୍ଏସ୍: ଯାଜପୁର ୧୬ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ମୁକୁନ୍ଦବିନ୍ଧା ନିକଟରେ ସଡକ ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବାବେଲେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ପାଇକୋଇଲି ମୁକୁନ୍ଦବିନ୍ଧା ନିକଟରେ ଗୋଟିଏ ପଟ ରାସ୍ତ ବନ୍ଦ କରାଯାଇଥିବା ବେଳେ ଅନ୍ୟପଟ ରାସ୍ତାରେ ଗାଡି ଚଳାଚଳ କରୁଛି। କାର୍ ଟି ଅନ୍ୟ ଗାଡ଼ିକୁ ଓଭରଟେକ୍ କରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ ସହ ଧକ୍କା ହୋଇଥିଲା। ଅନ୍ୟ ୨ଜଣ ଗୁରୁତର ଆହତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିପାରିନାହିଁ ।