ବାଙ୍ଗାଲୁରୁ: ଆଇପିଏଲ ୨୦୨୨ର ମେଗା ନିଲାମି ବାଙ୍ଗାଲୁରୁଠାରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା କିଛି ଖେଳାଳିଙ୍କ ଭାଗ୍ୟର ଫଇସଲା ହୋଇ ସାରିଛି । କିନ୍ତୁ ଇତିମଧ୍ୟରେ ନିଲାମଦାର ହ୍ୟୁଜ ଏଡମିଡ୍ସ ହଠାତ ମୂର୍ଚ୍ଛା ହୋଇଯାଇଥିଲେ । ଏଥିଲାଗ ନିଲାମି କିଛି ସମୟ ପାଇଁ ଅଟକି ଯାଇଥିଲା । ସେଥିପାଇଁ ସମୟ ପୂର୍ବରୁ ମଧ୍ୟାହ୍ନ ଭୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହ୍ୟୁଜ ଏଡମିଡ୍ସଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ସୂଚନା ମିଳିିଛି ।