ଗଛକୁ ଧକ୍କା ଦେଲା ପିକ୍-ଅପ୍ ଡ୍ରାଇର ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚାଇଁବାଇଁଶ ଗ୍ରାମ ନିକଟରେ ଏକ ଶାଳ ଗଛକୁ ପିକ-ଅପ୍ ଭ୍ୟାନ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଡ୍ରାଇଭର ବିଜୟ କୁମାର ଲୋହାର(୨୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ତପନ କୁମାର ମହାନ୍ତ (୨୪) ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଠାକୁରମୁଣ୍ଡା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପିକ୍-ଅପ୍ ଭ୍ୟାନଟି କପିଳାସରୁ କୁକୁଡ଼ା ନେଇ ଠାକୁରମୁଣ୍ଡାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।