ବୋଲେରୋ ଓ ସ୍କୁଟି ମଧ୍ୟରେ ଧକ୍କା: ଜଣେ ମୃତ, ଦୁଇ ଆହତ

ଝାରସୁଗୁଡା,ଏନ୍ଏନ୍ଏସ୍: ୪୯ ନମ୍ବର ଜାତୀୟ ରାଜପଥ ଝାରସୁଗୁଡ଼ା ସଦର ଥାନା ବୁଢ଼ୀପଦର ନିକଟରେ ଏକ ବୋଲେରୋ ଓ ସ୍କୁଟି ମଧ୍ୟରେ  ଧକ୍କା ହୋଇଛି। ଫଳରେ ଜଣକ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ବ୍ରଜରାଜନଗର ଇଟାଭଟା ଅଞ୍ଚଳର ଅଭିଷେକ ଚୌହ୍ବାନ(୧୯) ଓ ଆହତ ମାନେ ଏମଡ଼ି ଇମରାନ ଓ ବିଜୟ ରାୟ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଓଡ଼ି-୨୩ଏମ-୦୬୨୪ ନମ୍ବର ବିଶିଷ୍ଟ ସ୍କୁଟିରେ ଅଭିଷେକ, ଇମ୍ରାନ ଓ ବିଜୟ ଝାରସୁଗୁଡା ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ଯାଉଥିବା ଓଡ଼ି-୨୩-୬୬୫୦ ନମ୍ବର ବୋଲେରୋ ସହିତ ବୁଢ଼ୀପଦର ନିକଟରେ ଧକ୍କା ହୋଇଥିଲା। ଫଳରେ ଅଭିଷେକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସଦର ଥାନା ପୁଲିସ କେସ ନମ୍ବର ୧୮୪/୨୧ରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ମୃତକର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବୋଲେରୋ ଚାଳକ ଘଟଣା ସ୍ଥଳରୁ ଫେରାର ଥିବାବେଳେ ଆହତମାନଙ୍କୁ ଚିକିତ୍ସାଳୟକୁ ପଠାଇଛି।