ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟରାସ୍ତାରେ ଥିବା ଘାଟିରେ ଏକ ଅଟୋ ବ୍ରେକଫେଲ ହୋଇ ଓଲଟି ପଡିବାରୁ ୯ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, କଷଗୁମୁଡା ବ୍ଲକ୍ ବାଲିଗାଁ ଏବଂ ବଡ଼ଗୁଡା ଗ୍ରାମର ୯ଜଣ ଶ୍ରମିକ ଗାଁର ଏକ ଅଟୋ ଭଡ଼ାକରି ଚନ୍ଦାହାଣ୍ଡି ସଦର ମହକୁମା ସ୍ଥିତ ଏକ ରାସ୍ତା ତିଆରି କାମରେ ବାହାରିଥିଲେ। ଚନ୍ଦାହାଣ୍ଡି ଘାଟି ଠାରେ ବ୍ରେକ୍ ଫେଲ ହେବାରୁ ଦୁର୍ଘଟଣା ଘଟିଥିଲା।