ଗାଡି ଦୁର୍ଘଟଣା, ୩ ଗୁରୁତର

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଧରମପୁରଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବାବା ଗୁରୁତର ହୋଇଛନ୍ତି। ଏକ ଗାଡ଼ିରେ ବ୍ରହ୍ମପୁରସ୍ଥିତ ଅଲେଖ ମହିଳା ମଠର ୩ ଜଣ ବାବା ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବା ବେଳେ ଚାଳକ ରାସ୍ତା ଜାଣିନପାରି ଭାରସାମ୍ୟ ହରାଇ ଥିଲେ। ଫଳରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯୋଗୁଁ ଗାଡ଼ିରେ ବସିଥିବା ନିରନ ଦାସ (୭୦) ,ବିଶ୍ୱନାଥ ଦାସ (୬୦) ଓ ସୁବ୍ରତ ଦାସ (୪୫) ଗୁରୁତର ଭାବେ ଆହତ ହୋଇଥିଲେ। ଅଞ୍ଚଳବାସୀଙ୍କ ସହଯୋଗାରେ ସେମାନଙ୍କୁ ପ୍ରଥମେ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।