ବରଯାତ୍ରୀ ଗାଡ଼ି ସହ ଟ୍ରକ ଧକ୍କା : ୩ ମୃତ, ୨ ଆହତ

ବରଗଡ଼,ଏନ୍ଏନ୍ଏନ୍: ବରଯାତ୍ରୀ ସାରି ଫେରୁଥିବା ବୋଲୋରୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ମୁତାବିକ, ବୁଧବାର ବରଗଡ଼ ସଦର ବ୍ଲକ କଟାପାଲି ଗ୍ରାମରୁ ଏକ ବରଯାତ୍ରୀ ଦଳ ଛତିଶଗଡ଼ର ରାୟଗଡ଼କୁ ଯାଇଥିଲେ । ରାତି ୧୨ଟାରେ ସେଠାରୁ ଏକ ବୋଲେରୋ ଯୋଗେ କିଛି ବରଯାତ୍ରୀ ଫେରୁଥିବା ବେଳେ ଛତିଶଗଡ଼ ପୁଷୋର ଥାନା ଲୋହରସିଂହ ନିକଟରେ ସିଜି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ର୍ରୁତ ଗତିରେ ଥିବା ବୋଲେରୋଟି ଟ୍ରକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ଫଳରେ ବରଯାତ୍ରୀ ଦଳର ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ମଧ୍ୟରେ କଟାପାଲି ଗ୍ରାମର ପ୍ରଫୁଲ୍ଳ ବରେଇଙ୍କ ପୁଅ ସ୍ୱରୁପ ବରେଇ (୩୨) ,ଅମ୍ବାଭୋନା ବ୍ଳକ ଭୁକ୍ତାର କିଶନ ପଟେଲ ଏବଂ ରାୟଗଡ଼ ଅଚଂଳର ବିକାଶ ମେହେର ବୋଲି ସୂଚନା ମିଳିଛି । ଆହତ ୨ଜଣଙ୍କୁ ରାୟଗଡ଼ରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।