ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୨ଗୁରୁତର

ନରସିଂହପୁର,ଏନ୍ଏନ୍ଏସ୍ : ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଜୀବନ, ୨ଗୁରୁତର। ଘଟଣାଟି ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ କମଳାଦେଇପୁର ପୋଖରୀ ନିକଟରେ।

ସୂଚନା ଅନୁଯାୟୀ, ଦୁଇ ବାଇକ୍ ଆସୁଥିବା ସମୟରେ ତାଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେବା ବାଟରେ ୩ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ୨ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକତ୍ସିତ ଅବସ୍ଥାରେ ଅଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।