ବୋଲେରୋ ଧକ୍କାରେ ବାଇକ୍ ଜଳିଯିବା ଘଟଣା : ବାପା, ପୁଅ ପରେ ଆଖି ମୁଜିଲେ ମା’

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଥାନା ଜମ୍ଭେଲ ମିଶ୍ର ଢ଼ାବା ନିକଟରେ ହୋଇଥିବା ବାଇକ- ବୋଲେରୋ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ଏହି ଦୁର୍ଘଣାରେ ତାଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ହୋଇଥିଲା। ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ତୁଷୁରା ଡାକ୍ତରଖାନା ସମ୍ମୁଖରେ ଟାୟାର ଜାଳି ତୁଷୁରା-ଗୁଡ଼ଭେଳା ରାସ୍ତାରେ ଆନ୍ଦୋଳନ କରିଛନ୍ତି ଉତ୍ୟକ୍ତ ଲୋକେ। ଧକ୍କା ଦେଇଥିବା ଗାଡି ଟି ତୁଷୁରା ଡାକ୍ତରଖାନାରେ କୋଭିଡ ଡ୍ୟୁଟିରେ ଲାଗିଥିବା ସୂଚନା ମିଳିଛି। ସୂଚନା ମୁତାବକ ଏକ ବାଇକ ଯୋଗେ କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ରିଷିଡା ଗାଁର ମାନକୁନୁ ବିଶି(୩୫), ମୁକ୍ତା (୨୮),ସମ୍ବୁ (୩) ଏବଂ ଓମ(୧) ଙ୍କ ସହ ତୁଷୁରାରୁ ଏକ ବାଇକରେ ଘରକୁ ଫେରୁଥିଲେ। ବାଟରେ ବୋଲେରୋ ଧକ୍କାଦେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।