ସିଆର୍‌ପି ଓଭରବ୍ରିଜରେ ଦୁର୍ଘଟଣା : ୨ଗୁରୁତର

ଭୁବନେଶ୍ୱର, ଏନ ଏନ ଏସ: ଭୁବନେଶ୍ୱର ସ୍ଥିତ ସିଆର୍‌ପି ଓଭରବ୍ରିଜରେ  ଆଜି ଦୁର୍ଘଟଣା    ଘଟିଛି। ଭାରସାମ୍ୟ ହରାଇ ଏକ  ଟ୍ରକକୁ ଧକ୍କା ଦେଇଛି ଅନ୍ୟ ଏକ ଟ୍ରକ । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ, ଆଜି ସକାଳେ  ଏକ ଟ୍ରକ ଜୟଦେବ ବିହାର ପଟୁ ବରମୁଣ୍ଡା ଆଡ଼କୁ ଯାଉଥିଲା ।  ଆଗରେ ଯାଉଥିବା ଏକ ଟ୍ରକକୁ ଭାରସାମ୍ୟ ହରାଇ  ଧକ୍କା ଦେଇଥିଲା ଟ୍ରକ । ପଛରେ ଟ୍ରକଟି ଏତେ ଜୋରରେ  ଧକ୍କା ଦେଇଥିଲା ଯେ, ଗାଡିରେ ଡ୍ରାଇଭର ଜଣଙ୍କ ଫସିରହିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇଁ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ ।