ଏବିଭିପି ପକ୍ଷରୁ ବିବେକାନନ୍ଦ ଜୟନ୍ତି ପାଳିତ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଏବିଭିପି ଶାଖାପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତି ପାଳିତ ହୋଇଯାଇଛି। ଫୁଲବାଣୀ ମହିଳା ମହାବିଦ୍ୟାଳୟ ଓ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ୍ ପଣ୍ଡା, ଜିଲା ସଂଯୋଜକ ଦିବ୍ୟ ରଞ୍ଜନ ଡ଼ାକୁଆ, ଜିଲ୍ଲା ସହ ସଂଯୋଜିକା ପ୍ରୀତିଜିନା ସେଠୀ, ଫୁଲବାଣୀ ନଗର ସମ୍ପାଦିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ଛାତ୍ରୀ ପ୍ରମୁଖ ତଅପୋଇ କହଁର ଯୋଗଦେଇ ଥିଲେ।