କରୋନାକୁ ହରାଇଲେ ଜୁନିୟର ବଚ୍ଚନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏନେଇ ଟ୍ୱିଟ କରି ନିଜେ ଅଭିଷେକ ସୂଚନା ଦେଇଛନ୍ତି। ଅଭିଷେକ ଟ୍ୱିଟ କରି କରୋନାକୁ ହରାଇବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଶୁଭେଚ୍ଛୁ ଓ ନାନାବତୀ ହସ୍ପିଟାଲର ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଅଭିଷେକ କରୋନା ପଜିଟିଭ ଚିହ୍ନଟ ହେବାପରେ ଜୁଲାଇ ୧୧ ତାରିଖରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବାର ୨୭ ଦିନ ପରେ ଆଜି ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ଅଭିଷେକଙ୍କ ପୂର୍ବରୁ ବିଗ୍ ବି ଅମିତାଭ ବଚ୍ଚନ ଅଗଷ୍ଟ ୨ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।