ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ଓ ପୁଅ ଆକାଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ପାଠକ ବାପ ପୁଅ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଥିଲା। ସେହି ଆବେଦନକୁ ବିଚାର କରି ପାଠକ ବାପ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ। ଅଭୟଙ୍କୁ ରିମାଣ୍ଡରେ ନେଇ ଏସଆଇଟି ଆୟ ବହିର୍ଭୂତ ସମ୍ପତ୍ତି ନେଇ ଅଧିକ ପଚରାଉଚରା କରିବ।

ଅପର ପକ୍ଷରେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ ଜବତ ହୋଇଛି। କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନଭିନ୍ ଆରମ୍ଭ ହୋଇଛି। ସେପଟେ ଆକାଶ ପାଠକଙ୍କ ନାଁରେ ସ୍କାଏ କିଙ୍ଗ୍ ମାଲିକ ଅଭିଯୋଗ ଆଣିଛନ୍ତି। ଆକାଶ ପାଠକ ଟାଟା ମୋଟରସ ଏମଡି ଦର୍ଶାଇ ମିଛ କାରବାର କରୁଥିଲେ। ତାଙ୍କ ସହ କୋଟି କୋଟି ଟଙ୍କାର କାରବାର କରିଥିବାବେଳେ ଏବେ ଆହୁରି ୬୫ ଲକ୍ଷ ଟଙ୍କା ବାକି ରହିଛି। ଏନେଇ ଖାରବେଳ ଥାନାରେ ଅଭିଯୋଗ ହୋଇଛି। ସ୍କାଏ କିଙ୍ଗ ପକ୍ଷରୁ ପୁଲିସ ପାଖରେ ସବୁ କାଗଜପତ୍ର ଦାଖଲ କରାଯାଇଛି।