ସୋମବାର ଦାୟିତ୍ୱ ନେବେ ନୂଆ ଡିଜିପି ଅଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଅ। ଡିଜିପି ଭାବେ ଆସନ୍ତା ସୋମବାର ପୂର୍ବାହ୍ଣରେ ଦାୟିତ୍ୱ ନେବେ ଅଭୟ। ରାଜ୍ୟ ସରକାର ଗତ ମାସ ୨୦ ତାରିଖରେ ଦିନ ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସ୍ର ଅଭୟଙ୍କ ନାମ ଘେଷଣା କରିଥିଲେ। ସେ ଜାତୀୟ ପୁଲିସ୍ ଏକାଡେମୀରେ ନିର୍ଦ୍ଦେଶକ ଥିବାରୁ ଓଡ଼ିଶା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିନଥିଲେ। ସେ ଅ।।ସିବା ପର୍ଯ୍ୟନ୍ତ ଡ. ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତକାଳିନ ଡିଜି ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର।

ମିଳିଥିବା ସୂଚନା ମୁତାବକ ଜାତୀୟ ପୁଲିସ୍ ଏକାଡେମୀ ନିର୍ଦ୍ଦେଶକ ପଦବୀରୁ ସେ ଅବ୍ୟାହତି ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ମଞ୍ଜୁରୀ ମିଳିସାରିଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର (ପିଏମଓ) ଅନୁମୋଦନକୁ ବିଳମ୍ବ ହୋଇଥିଲେ। ପିଏମଓରୁ ଅନୁମତି ମିଳିସାରିଛି। ସୋମବାର ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ କଟକ ପୁଲିସ୍ ମୁଖ୍ୟାଳୟକୁ ଯାଇ ଦାୟିତ୍ୱ ନେବେ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।