ନିଜ ସହ ବିଶ୍ୱର ଆବଶ୍ୟକତା ପୂରଣ କରିବ ଆତ୍ମନିର୍ଭର ଭାରତ ଅଭିଯାନ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଯୋଗେ ନୀତି ଆୟୋଗର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଦେଶ ପରିବର୍ତ୍ତନ ଲାଗି ମନ ବଳେଇ ସାରିଲାଣି। ଦେଶକୁ ଆଗକୁ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଶିକି କାମ କରିବାକୁ ପଡ଼ିବ। କରୋନା କାଳରେ କେନ୍ଦ୍ର ଓ ରାଜ୍ୟ ସରକାର ରାଷ୍ଟ୍ରକୁ ସଫଳ କରିବା ପାଇଁ ଏକାଠି କାମ କରିଛନ୍ତି। ଏହାଦ୍ୱାରା ବିଶ୍ୱସ୍ତରରେ ଦେଶର ସକାରାତ୍ମକ ଛବି ପ୍ରସ୍ତୁତ ହୋଇଛି।

ମୋଦୀ ଆହୁରି କରିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ ଅଭିଯାନ, ଏମିତି ଏକ ଭାରତର ନିର୍ମାଣ କରିବ ଯିଏକି ନିଜ ସହ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବ। ନିଜ ସହ ବିଶ୍ୱବାସୀଙ୍କ ଲାଗି ଜିନିଷ ଉତ୍ପାଦନ କରି ସମସ୍ତଙ୍କ ବିଶ୍ୱାସରେ ଦୃଢ଼ ଭାବେ ଠିଆ ହୋଇପାରିବ।