କୋଭିଡ ହସ୍ପିଟାଲର ଶଯ୍ୟା ସମ୍ବନ୍ଧରେ ସୂଚନା ଦେବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ରୋଗୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ କରୋନା ରୋଗୀଙ୍କ ପାଇଁ ଏକ ମୋବାଇଲ ଆପ୍ ଲଂଚ କରିଯିବା ନେଇ ଘୋଷଣା କରିଥିଲେ। ଏହି ଆପ୍ ଦ୍ୱାରା କରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲ ଓ ସେଠାରେ ଥିବା ଶଯ୍ୟା ସମ୍ବନ୍ଧରେ ସମସ୍ତ ପ୍ରକାର ସୂଚନା ମିଳିପାରିବ। ଏଥି ସହିତ ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ଦିଲ୍ଲୀରେ ସ୍ଥାୟୀ ଲକଡାଉନ କରାଯାଇ ପାରିବ ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରି ଦେଇଛନ୍ତି।

କେଜ୍ରିୱାଲଙ୍କ କହିବାନୁସାରେ, କରୋନା ଲଢ଼େଇରେ ଦିଲ୍ଲୀ ସର୍ବାଗ୍ରେ ରହିଛି। ଦିଲ୍ଲୀରେ ଏବେ ସୁଦ୍ଧା କରୋନା ରୋଗୀଙ୍କ ପାଇଁ ୬୬୦୦ଟି ଶଯ୍ୟା ରହିଛି। ଆଉ ଜୁନ୍ ୫ ବେଳକୁ ୯,୫୦୦ ଶଯ୍ୟା ପ୍ରସ୍ତୁତ ହୋଇଯିବ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୧୭ ହଜାର ୩୮୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୨୧୦୦ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ବାକି ସମସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି।