‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ‘ଆକାଶ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ନ ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରୁଥିବା ‘ଆକାଶ’ର ଲକ୍ଷ୍ୟଭେଦୀ କ୍ଷମତା ୪୦ କିମି ରହିଛି। ‘ଆକାଶ’ର ୬୦ କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଥିବା ଜଣାପଡ଼ିଛି।