ବାବନପୁରରେ ଗୋଷ୍ଠୀ ସଂଘର୍ଷ, ୬ ଆହତ

ପାତ୍ରପୁର ,ଏନ୍ଏନ୍ଏସ୍: ବ୍ରହ୍ମପୁର ଜିଲ୍ଲା ଜରଡା ଥାନା ଇଲାକା ଖମ୍ବାରିଙ୍ଗା ପଂଚାୟତ ବାଵନପୁର ଗ୍ରାମରେ ଗୋଷ୍ଠି ସଂଘର୍ଷ ହୋଇଥିବା ଜଣାପଡିଛି । ଏଥିରେ ଉଭୟ ଗୋଷ୍ଠୀର ୬ ରୁ ଅଧିକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୁଚନା ଅନୁଯାୟୀ ଦୀର୍ଘ ଚାରିମାସ ଧରି ଏହି ଉଭୟ ଗୋଷ୍ଠି ମଧ୍ୟରେ ଜମି ଜମା ଓ ରାଜନୈତିକ କାରଣରୁ ଗଣ୍ଡଗୋଳ ହୋଇ ଅସୁଥିଲା । ତେବେ ସୋମାବର ତାହା ବଡ଼ ଧରଣରେ ପରିଣତ ହେବା ସହ ୬ ଜଣ ଆହତ ହୋଇଛନ୍ତି । ସୁଚନା ପାଇ ଜରଡା ଥାନା ପୁଲିସ ପହଂଚି ତଦନ୍ତ ଆରମ୍ବ କରିଛି ।